ପୋର୍ଟସ୍, ଏୟାରପୋର୍ଟ, ଏନର୍ଜି, ଏବେ ରକେଟ୍  ; ଆଦାନୀଙ୍କ ହାତକୁ ଚାଲିଯିବ କି ଇସ୍ରୋ ଟେକ୍ନୋଲେଜି?

Spread the love
Advertisement

ଭାରତର ଘରୋଇ ମହାକାଶ କ୍ଷେତ୍ରରେ ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟର ଆରମ୍ଭ ହେବାକୁ ଯାଉଥିବା କୁହାଯାଉଛି । ଇସ୍ରୋର ’ବାହୁବଳୀ’ ମାନେ ରକେଟ୍ LVM3, ଯାହାକୁ ‘ବାହୁବଳୀ’ ମଧ୍ୟ କୁହାଯାଏ, ତାକୁ ଆଉ ଇସ୍ରୋ ତିଆରି କରିବନି  ବରଂ ଘରୋଇ କମ୍ପାନି କରିବେ । କହିବାକୁ ଗଲେ ଏବେ ଇସ୍ରୋର ଘରୋଇକରଣ ହେବ । 
ଏଥିପାଇଁ ଦେଶର ବଛା ବଛା କମ୍ପାନି ଲାନରେ ଅଛନ୍ତି  । ‘ଇନ୍-ସ୍ପେସ୍’ (IN-SPACe) ମାଧ୍ୟମରେ ଚାଲିଥିବା ଏହି ଟେକ୍ନୋଲୋଜି ଟ୍ରାନ୍ସଫର (ToT) ପ୍ରକ୍ରିୟାରେ L&T ଏବଂ ଅଦାନୀ ଗ୍ରୁପ୍ ସମେତ ଦେଶର ୧୨ଟି  କମ୍ପାନି  ପ୍ରସ୍ତୁତ ହେଲେଣି । । ସୂଚନା ମୁତାବକ, ଘରୋଇ କମ୍ପାନିଗୁଡ଼ିକ LVM3 ନିର୍ମାଣ ଓ ପରିଚାଳନା ପାଇଁ ISRO ଠାରୁ ପ୍ରଯୁକ୍ତି ହସ୍ତାନ୍ତର ବା (Technology Transfer) ନିମନ୍ତେ ‘ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ’ (EoI) ଦାଖଲ କରିବାକୁ ଯୋଜନା କରୁଛନ୍ତି । ଆଗ୍ରହୀ କମ୍ପାନୀଗୁଡ଼ିକ ମଧ୍ୟରେ JSW ଏବଂ ଷ୍ଟାର୍ଟଅପ୍ ‘ଇଥେରିଆଲ୍ ଏକ୍ସପ୍ଲୋରେସନ୍ ଗିଲ୍ଡ’ (EtherealX)ର ମିଳିତ ମେଣ୍ଟରଶିପ୍ ଏବଂ ନାଗପୁରର ‘ସୋଲାର ଇଣ୍ଡଷ୍ଟ୍ରିଜ୍’, ‘ଭାରତ ଫୋର୍ଜ’ ଓ ‘ଇନକ୍ସ ଇଣ୍ଡିଆ’ର ନେତୃତ୍ୱରେ ଗଠିତ ଏକ ଗ୍ରୁପ୍ ମଧ୍ୟ ସାମିଲ ଥିବା ସୂଚନା ମିଳିଛି।
ଯାହାକୁ ଇସ୍ରୋର ଦାୟିତ୍ବ ମିଳିବ ସେମାନଙ୍କୁ  LVM3 ନିର୍ମାଣ, ଲଞ୍ଚ କରିବା ଏବଂ ବାଣିଜ୍ୟିକ ଭାବେ ପରିଚାଳନା କରିବା ପାଇଁ ଆବଶ୍ୟକ ପ୍ରଯୁକ୍ତି ଓ ସୂଚନା ଦେବେ ଇସ୍ରୋର ବୈଜ୍ଞାନିକ । ତେବେ LVM3 ହେଉଛି ISROର ଏପର୍ଯ୍ୟନ୍ତର ସବୁଠାରୁ ଭାରୀ ଅପରେସନାଲ୍ ରକେଟ୍, ଯାହା ପ୍ରାୟ ୪ ଟନ୍ ପର୍ଯ୍ୟନ୍ତ ଓଜନର ସାଟେଲାଇଟ୍‌କୁ ମହାକାଶକୁ ନେଇଯିବାର କ୍ଷମତା ରଖେ ।  ଏହା ପୂର୍ବରୁ  ବି ସ୍ମଲ୍ ସାଟେଲାଇଟ୍ ଲଞ୍ଚ ଭେହିକଲ୍ (SSLV)ର ପ୍ରଯୁକ୍ତି ସରକାରୀ କମ୍ପାନି ‘ହିନ୍ଦୁସ୍ତାନ୍ ଏରୋନଟିକ୍ସ ଲିମିଟେଡ୍’ (HAL)କୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

•  ଗ୍ରାଣ୍ଡ ଭ୍ୟୁ ରିସର୍ଚ୍ଚ ଅନୁସାରେ, ଆଗାମୀ ଦଶନ୍ଧିରେ ବିଶ୍ୱର ସ୍ପେସ୍ ଲଞ୍ଚ ସେବାରୁ ହେଉଥିବା ଆୟ ବର୍ତ୍ତମାନର ୨୫.୩ ବିଲିୟନ୍ ଡଲାରରୁ ବଢ଼ି ୪୧.୩ ବିଲିୟନ୍ ଡଲାରରେ ପହଞ୍ଚିବାର ଆକଳନ କରାଯାଇଛି।

•  ଅଦାନି ଡିଫେନ୍ସ ଆଣ୍ଡ ଏରୋସ୍ପେସ୍‌ର ବର୍ତ୍ତମାନ କାନପୁର, ଗ୍ୱାଲିୟର ଏବଂ ହାଇଦ୍ରାବାଦରେ ଗୋଟିଏ ଲେଖାଏଁ ଫ୍ୟାସିଲିଟି ରହିଛି। ଏଠାରେ ମିସାଇଲ୍, ଗୋଳାବାରୁଦ, UAV, କାଉଣ୍ଟର-ଡ୍ରୋନ୍ ସିଷ୍ଟମ୍, ଏଭିଓନିକ୍ସ ଏବଂ ବିମାନ ସେବା ସମ୍ପର୍କିତ ଉତ୍ପାଦନ ହୋଇଥାଏ। କମ୍ପାନୀ ଏରୋସ୍ପେସ୍ ମେଣ୍ଟେନାନ୍ସ, ରିପେୟାର ଆଣ୍ଡ ଓଭରହଲ୍ (MRO) କ୍ଷେତ୍ରରେ ମଧ୍ୟ ସମ୍ପ୍ରସାରଣ କରିଛି। ଏବେ  ସ୍ପେସ୍ ମାନୁଫାକ୍ଚରିଂ ସହ ଆଦାନୀ ଜଡ଼ିତ ହେବ । 

ଇଣ୍ଡିଆନ୍ ନ୍ୟାସନାଲ୍ ସ୍ପେସ୍ ପ୍ରମୋସନ୍ ଆଣ୍ଡ ଅଥରାଇଜେସନ୍ ସେଣ୍ଟର (IN-SPACe)ର ଅଧ୍ୟକ୍ଷ ପବନ ଗୋଏଙ୍କା ଗତ ରବିବାର କହିଛନ୍ତି ଯେ, ISRO ଏଣିକି ଅତ୍ୟାଧୁନିକ ଓ ଡିପ୍-ସ୍ପେସ୍ ମିଶନ୍‌ ଉପରେ ଅଧିକ ଧ୍ୟାନ ଦେବ। ଅନ୍ୟପଟେ, ଘରୋଇ ଶିଳ୍ପ କମର୍ସିଆଲ୍ ମାନୁଫାକ୍ଚରିଂ ଓ ଲଞ୍ଚ ଅପରେସନ୍‌କୁ ବଢ଼ାଇବ। ସେ କହିଛନ୍ତି ଯେ, ଘରୋଇ କ୍ଷେତ୍ର SSLV, PSLV ଏବଂ LVM3ର ଟେକ୍ନୋଲୋଜି ଟ୍ରାନ୍ସଫର୍ ପ୍ରୋଗ୍ରାମ୍‌ ଏବଂ IN-SPACe ପକ୍ଷରୁ ଏପର୍ଯ୍ୟନ୍ତ ହୋଇଥିବା ୧୧୦ରୁ ଅଧିକ ଚୁକ୍ତି ଆଧାରରେ କମର୍ସିଆଲ୍ ମାନୁଫାକ୍ଚରିଂ ଓ ଲଞ୍ଚ କାର୍ଯ୍ୟକୁ ଆହୁରି ଦ୍ରୁତ କରିବ।   ହେଲେ ଇାସ୍ରୋକୁ ଆଦାନୀ ଭଳି ଘରୋଇ କମ୍ପାନି ହାତକୁ ନେବ ଏହାକୁ ସହଜେ ଗ୍ରହଣ କରିପାରୁନାହାନ୍ତି ଦେଶବାସୀ । ଏହାଦ୍ବାରା ଦେଶର ଏକତା କ୍ଷୁର୍ଣ୍ଣ ହେବ ବୋଲି ମତ ପ୍ରକାଶ ପାଇଛି। ଏହାସହ ଆଗକୁ ବୈଜ୍ଞାନିକମାନଙ୍କ ଭିତରେ ବି ଅସନ୍ତୋଷ ବଢ଼ିବ ବୋଲି ମଧ୍ୟ କୁହାଯାଉଛି ।

Advertisement

Advertisement

Leave a Reply

Your email address will not be published. Required fields are marked *

Chat Icon