ପୁଣି ଥରେ ମା ହେବେ ବଲିଉଡର ‘ଦୀପିକା ‘ ସୋସିଆଲ ମିଡିଆରେ ଫଟୋ ସେୟାର କରି ପ୍ରଶଂସକଙ୍କୁ ଦେଲେ ଖୁସି ଖବର

Spread the love
Advertisement

ସିନେମାରେ ନିଜର ଜଲୱା ଦେଖାଇ ଦୀପିକା ପାଦୁକୋନ ଏବେ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି । ସେ ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବୋଲି ନିଜେ ଖୁଲାସା କରିଛନ୍ତି । ବଲିଉଡ ଷ୍ଟାର୍‌ କପଲ ଦୀପିକା ଏନେଇ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି।

ସେମାନଙ୍କ ଝିଅ ଦୁଆ ସେପ୍ଟେମ୍ବର ୨୦୨୪ରେ ଜନ୍ମ ଗ୍ରହଣ କରିଥିଲେ। ତେବେ ଏହି କପଲ ସୋସିଆଲ ମିଡିଆରେ ମିଳିତ ଭାବେ ଏକ ପୋଷ୍ଟ ଶେୟାର କରି ଏହି ଖୁସିଖବର ଦେଇଛନ୍ତି। ଯେଉଁଥିରେ ଦୁଆ ଏକ ପଜିଟିଭ୍‌ ପ୍ରେଗ୍‌ନାନ୍ସି କିଟ୍‌ ଧରିଛନ୍ତି। ଏହା ଦେଖିବା ପରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର କଳାକାର ଏବଂ ଫ୍ୟାନ୍‌ମାନଙ୍କ ପକ୍ଷରୁ ଉଭୟଙ୍କୁ ଅଭିନନ୍ଦନର ସୁଅ ଛୁଟିଛି।

Advertisement

ତେବେ ଦୀପିକା ଏବଂ ରଣବୀର ୧୪ ନଭେମ୍ବର, ୨୦୧୮ରେ ଇଟାଲୀର ଲେକ୍ କୋମୋରେ ଆୟୋଜିତ ଏକ ସମାରୋହରେ ଧୁମଧାମରେ ବିବାହ କରିଥିଲେ। କିଛି ବର୍ଷ ଧରି ଡେଟିଂ କରିବା ପରେ ସେମାନେ ୨୦୧୫ରେ ଗୁପ୍ତ ଭାବରେ ନିର୍ବନ୍ଧ କରିଥିଲେ ଏବଂ ୨୦୧୮ରେ ଦୁହେଁ ବିବାହ କରିଥିଲେ। ଦୀପିକା ଏବଂ ରଣବୀର ୮ ସେପ୍ଟେମ୍ବର, ୨୦୨୪ରେ ସେମାନଙ୍କର ପ୍ରଥମ ସନ୍ତାନ ଦୁଆକୁ ସ୍ୱାଗତ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *