ବଢ଼ିଲା ବିଜେପିର ସାଂସଦ ସଂଖ୍ୟା । ନିକଟରେ ଆପ ଛାଡିଥିବା ୭ ସାଂସଦଙ୍କ ନାଁ ଯୋଡିହେଲା ବିଜେପିର ତାଲିକା ଲିଷ୍ଟରେ । ଯେଉଁଥିରେ ରାଘବ ଚଢା, ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ , ହରଭଜନ ସିଂହ, ସ୍ୱାତୀ ମାଲିୱାଲ, ରାଜେନ୍ଦ୍ର ଗୁପ୍ତା, ଡକ୍ଟର ବିକ୍ରମଜିତ ସିଂ ସାହାଣୀ ବିଜେପି ଲିଷ୍ଟରେ ରହିଛନ୍ତି । ଏବଂ ରାଜ୍ୟସଭାରେ ୧୧୩ ହେଲା ବିଜେପି ସାଂସଦଙ୍କ ସଂଖ୍ୟା । ସୂଚନା ଥାଉ କି, ଏପ୍ରିଲ ୨୪ ତାରିଖରେ ଦଳରୁ ଇସ୍ତଫା ଦେଇ ଦିଲ୍ଲୀ ମୁଖ୍ୟାଳୟରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିଲେ। ବିଜେପି ମୁଖ୍ୟ ନୀତିନ ନବିନ ଏବଂ ବରିଷ୍ଠ ନେତା ତରୁଣ ଚୁଗଙ୍କ ଉପସ୍ଥିତିରେ ଏହି ମନ୍ତ୍ରଣା ଅନୁଷ୍ଠିତ ହୋଇଥିଲା।
ଆପ୍ ଛାଡ଼ିଥିବା ସାଂସଦମାନେ ଅଭିଯୋଗ କରିଥିଲେ ଯେ, ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ଏହାର ନୀତି, ମୂଲ୍ୟବୋଧ ଏବଂ ମୂଳ ନୈତିକତାରୁ ଦୂରେଇ ଯାଇଛି । ତେଣୁ ସେମାନେ ଦଳ ଛାଡୁଛନ୍ତି ।
ସେପେଟ ରବିବାର ଦିନ, ଆପ ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହ କହିଥିଲେ ଯେ, ଦଳ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ଏକ ଆବେଦନ ଦାଖଲ କରିଛି ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଶୀଘ୍ର ଶୁଣାଣି କରି ଏକ ନିରପେକ୍ଷ ନିଷ୍ପତ୍ତି ଦେବାକୁ ଅନୁରୋଧ କରିଛି ।
ସେ କହିଛନ୍ତି ଯେ, ଆପ ଏହି ପ୍ରସଙ୍ଗରେ ବରିଷ୍ଠ ଓକିଲ କପିଲ ସିବଲ ଏବଂ ପୂର୍ବତନ ଲୋକସଭା ସଚିବ ଜେନେରାଲଙ୍କ ସମେତ ସମ୍ବିଧାନ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିଛି ଏବଂ ଏହା ସ୍ପଷ୍ଟ କରାଯାଇଛି ଯେ “ଆଇନ ଅନୁଯାୟୀ ସାଂସଦମାନେ ଅଯୋଗ୍ୟତା ପାଇଁ ଦାୟୀ”।


