ବିଜେଡିକୁ କଟାକ୍ଷ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ସରକାର ଖାଲି ରଙ୍ଗ ମାରୁଥିଲେ

Spread the love
Advertisement

ରାଜ୍ୟବାସୀଙ୍କ ସାମନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଖିଛନ୍ତି ବିଜେପି ସରକାରର ଦୁଇ ବର୍ଷର ସଫଳତାର କାହାଣୀ । ଏହା ସହ କରିଛନ୍ତି ଅନେକ ଘୋଷଣା । ସେ କହିଛନ୍ତି, ୨ ବର୍ଷ ତଳୁ ଆରମ୍ଭ ହୋଇଛି ଲୋକଙ୍କ ସରକାର । ଓଡ଼ିଶାବାସୀଙ୍କ ଅଗ୍ରଗତି ପାଇଁ ଆମେ ଆଗକୁ ବଢ଼ିଛୁ । ଡବଲ୍ ଇଞ୍ଜିନ ସରକାରର ଡବଲ ପ୍ରଭାବ ପଡ଼ିଛି । ୨ ବର୍ଷରେ ରାଜ୍ୟର ବିଜେପି ସରକାର ୧୨୧ଟି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସମୃଦ୍ଧ ଓଡ଼ିଶା ଗଠନରେ ଏହା ପ୍ରଭାବ ପକାଇଛି । ଗାଁକୁ ମୌଳିକ ସୁବିଧା ପହଞ୍ଚାଇ ପାରିନଥିଲା ୨୪ ବର୍ଷିଆ ସରକାର । ସେ କହିଛନ୍ତି ଯେ ବିଦ୍ୟୁତ, ପାନୀୟ ଜଳ, ଗାଁକୁ ରାସ୍ତାଟିଏ ଦେଇ ପାରିନଥିଲେ ପୂର୍ବ ସରକାର । ପୂର୍ବ ସରକାର ବେଳେ ଲୋକ କେତେ ପ୍ରଶ୍ନ କରିପାରୁଥିଲେ? ଏବେ ଖୋଲାଖୋଲି ଭାବେ ପ୍ରଶ୍ନ କରିପାରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପୂର୍ବରୁ ସରକାର ଖାଲି ରଙ୍ଗ ମାରୁଥିଲେ

Advertisement

ବିଜେଡିକୁ କଟାକ୍ଷ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ସରକାର ଖାଲି ରଙ୍ଗ ମାରୁଥିଲେ । କୃଷକଙ୍କୁ ଭୁଲି ଯାଇଥିଲା ପୂର୍ବ ସରକାର । ଏବେ ଚାଷୀ କହୁଛନ୍ତି, ଚାଷ ଅଛି ଯାହାର କି ଆନନ୍ଦ ତାହାର । କେବଳ ସ୍କୁଲରେ ରଙ୍ଗ ମାରିଥିଲେ ୨୪ ବର୍ଷର ସରକାର । ନାରୀ ସଶକ୍ତୀକରଣରେ ଆମ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ଦେଶରେ ଶ୍ରେଷ୍ଠ ରାଜ୍ୟ ହୋଇପାରିଛି । ସେ ଏହା ମଧ୍ୟ କହିଛନ୍ତି ଯେ, ବୈଷୟିକ ସମସ୍ୟା ଯୋଗୁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଛି । ଭତ୍ତା ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ବଡ ସୂଚନା ମଧ୍ୟ ଦେଇଛନ୍ତି । ବୈଷୟିକ ସମସ୍ୟା ଯୋଗୁ ଭତ୍ତା ପ୍ରଦାନରେ ଅସୁବିଧା ହେଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ବୈଷୟିକ ଅପଡେଟ ଚାଲିଛି । ଏଥିପାଇଁ ଭତ୍ତା ପ୍ରଦାନରେ ବିଳମ୍ବ ହେଉଛି । ଖୁବଶୀଘ୍ର ଏହାର ସମାଧାନ କରାଯିବ ।  ଏକାସଙ୍ଗେ ୩ ମାସର ଭତ୍ତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

Chat Icon