ବିଜେଡି ଛାଡ଼ିବେ ଦେବାଶିଷ ! କଟକ ରାଜନୀତିରେ ବଡ଼ ପରିବର୍ତ୍ତନ ସଙ୍କେତ

Spread the love
Advertisement

ବିଜେଡି ଛାଡ଼ିବେ ଦେବାଶିଷ । ବିଜେଡିରେ ପୁଣି ଏକ ବଡ଼ କମ୍ପନ ସୃଷ୍ଟି ହେବାକୁ ଯାଉଛି। ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିବାକୁ ଯାଉଛନ୍ତି । ସେ ଏବେ ରାଜ୍ୟ ବାହାରେ ଥିବାରୁ ତାଙ୍କର କୌଣସି ସ୍ପଷ୍ଟୀକରଣ ମିଳିପାରି ନାହିଁ  କିନ୍ତୁ ଖୁବ୍‌ଶୀଘ୍ର ସେ ଦଳ ଛାଡୁଥିବା ସଂପର୍କରେ ଉପରମହଲରେ ଆଲୋଚନା ଜୋର୍‌ ଧରିଛି । ଦେବାଶିଷ ହୁଏତ ଉଭୟ ବିଜେଡି ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବେ । ତାଙ୍କୁ ବିଜେପି ପକ୍ଷରୁ ପୁଣି ରାଜ୍ୟସଭାକୁ ମନୋନୀତ କରାଯିବ । ଏହି ପ୍ରକାର ଘଟଣାକ୍ରମ ଯଦି ସତ ହୁଏ, ତା’ହେଲେ କଟକ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ପୂର୍ବରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସ‌ନ୍ତୁଷ୍ଟ ଥିଲେ । ନବୀନ ଓ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରାଯାଇଆସୁଥିଲା ବୋଲି ଅଭିଯୋଗ ହେଉଥିଲା । ତାଙ୍କର ଅନୁଗତମାନଙ୍କୁ ଦଳରେ ଗୁରୁତ୍ବ ଦିଆଯାଉ ନ ଥିଲା । ଏମିତିକି ତାଙ୍କୁ ଯେଉଁ ସିନିୟର ସିଟିଜେନ ସେଲର ବରିଷ୍ଠ ଉପସଭାପତି ପଦ ଦିଆଯାଇଥିଲା, ତାହାକୁ ଦେବାଶିଷ ପ୍ରତ୍ୟାଖ୍ୟାନ କରିଥିଲେ । ଗତ କିଛି ମାସ ହେଲା ଦେବାଶିଷ ବି ଦଳ ଭିତରେ ଘଟୁଥିବା ପରିବର୍ତ୍ତନ ସଂପର୍କରେ କୌଣସି ଟିପ୍ପଣୀ ଦେବାରୁ ନିଜକୁ ଦୂରେଇ ରଖୁଥିଲେ । ଦେବାଶିଷ ଯଦି ବିଜେପି‌ରେ ଯୋଗ ଦିଅନ୍ତି, ତେବେ ତାହାର ପ୍ରଭାବ କଟକ, ତିର୍ତ୍ତୋଲ ଓ ପାରାଦୀପ ରାଜନୀତିରେ ଅନୁଭୂତ ହେବ ବୋଲି ଆକଳନ କରାଯାଉଛି । ବିଜେଡିର ରାଜ୍ୟସଭା ସାଂସଦ ସଂଖ୍ୟା ୫କୁ ଖସିବ । 

Advertisement

Advertisement

Leave a Reply

Your email address will not be published. Required fields are marked *

Chat Icon