ନିଜେ ନିଜକୁ ଅପହରଣ କଲେ, କ୍ଷତିପୂରଣ ବି ମାଗିଲେ

Spread the love
Advertisement


ନୂଆଦିଲ୍ଲୀ, ୨୨।୬:ସେୟାର ମାର୍କେଟରେ ଟଙ୍କା ଲଗାଇ ପ୍ରବଳ କ୍ଷତି ସହିଲେ। କ୍ଷତିରୁ ମୁକୁଳିବା ଲାଗି ନିଜେ ନିଜ ଅପହରଣର ମିଛ ନାଟକ ରଚନା କଲେ। ନିଜକୁ ଅପହର୍ତ୍ତା ଭାବେ ଦର୍ଶାଇ ୫୦ ଲକ୍ଷ ଟଙ୍କା ଦାବିକରି ପତ୍ନୀଙ୍କ ମୋବାଇଲକୁ ଏକ ମେସେଜ୍ ପଠାଇଲେ। ସେତିକି ନୁହେଁ, ତାଙ୍କୁ ବନ୍ଧକ ରଖାଯାଇଥିବା ଅବସ୍ଥାର ଏକ ଭିଡିଓ ବି ପଠାଇଥିଲେ। ‌େ‌ହଲେ ସେ ଜାଣି ନଥିଲେ, ନିଜେ ରଚିଥିବା ଜାଲ‌େର ସେ ନିଜେ ଫଶିଯିବେ।
ପୁଲିସ ତଥ୍ୟ ଅନୁସାରେ, ଜିଗ୍ନେଶ ତଲଭିଆ(୩୬) ସୁରଟର ମୋଟା ଭରଛା ଅଞ୍ଚଳରେ ରହନ୍ତି। ଜୁନ୍ ୧୨ରେ ସେ ନିଖୋଜ ହୋଇଯାଇଥିଲେ। ଏହାପରେ ତାଙ୍କ ପତ୍ନୀ ମୀନାକ୍ଷୀବେନ୍ ତଲଭିଆ ଉତରନ୍ ପୁଲିସ ଷ୍ଟେସନରେ ସେଥିନେଇ ଅଭିଯୋଗ କରିଥିଲେ। ପରେ ମୀନାକ୍ଷୀଙ୍କ ମୋବାଇଲକୁ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ସେଥିରେ ଜିଗ୍ନେଶଙ୍କୁ ଅପହରଣ କରାଯାଇଥିବା ଦର୍ଶାଯାଇଥିଲା। ମେସେଜ୍ ପଠାଇଥିବା ବ୍ୟକ୍ତି ମୀନାକ୍ଷୀଙ୍କ ନିକଟରୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ। ଯଦି ଏ ସମ୍ପର୍କରେ ପରିବାର ଲୋକେ ପୁଲିସକୁ ସୂଚନା ଦିଅନ୍ତି ତେବେ ଜିଗ୍ନେଶଙ୍କ ମୃତଦେହ ମିଳିବ ବୋଲି ସେଥିରେ କୁହାଯାଇଥିଲା। ଏଥିସହ ଜିଗ୍ନେଶଙ୍କ ହାତ ଗୋଡ଼ ବନ୍ଧାଯାଇଥିବାର ଏକ ଭିଡିଓ ବି ତାଙ୍କୁ ମିଳିଥିଲା।
ମାମଲାର ଗମ୍ଭୀରତାକୁ ଦେଖି ଉତରନ ପୁଲିସ ସିସିଟିଭି ଫୁଟେଜ, ଟେକ୍ନିକାଲ ସର୍ଭିଲାନ୍ସ ମାଧ୍ୟମରେ ଜିଗ୍ନେଶଙ୍କୁ ଖୋଜିବା ଆରମ୍ଭ କରିଥିଲା। ଶେଷରେ ଜୁନ୍ ୧୫ରେ ଜିଗ୍ନେଶଙ୍କୁ ଗୋଧ୍ରାର ଏକ ହୋଟେଲରେ ଠାବ କରାଯାଇଥିଲା। ତେବେ ତାଙ୍କୁ ଅପହର୍ତ୍ତାଙ୍କ ସଂପର୍କରେ ପଚରାଉଚରା କରାଯିବା ସମୟରେ ସେ ଭୟଭୀତ ହୋଇ ନିଜ ଅପହରଣର ମିଥ୍ୟା ନାଟକ ରଚିଥିବା ମାନି ଯାଇଥିଲେ। ସେୟାର ମାର୍କେଟରେ ହୋଇଥିବା କ୍ଷତିର ଭରଣା ଲାଗି ସେ ପରିବାର ଏବଂ ସଂପର୍କୀୟଙ୍କଠାରୁ ଟଙ୍କା ଆଦାୟ ଲାଗି ଏଭଳି ପଦକ୍ଷେପ ନେଇଥିବା ଦର୍ଶାଇଥିଲେ। ତାଙ୍କୁ ଏବେ ଜେଲ୍ ପଠାଯାଇଛି।

Advertisement

Advertisement

Leave a Reply

Your email address will not be published. Required fields are marked *

Chat Icon