ତାରିଖ ୧୯ ଜୁନ୍ । ସୋସିଆଲ୍ ମିଡିଆରେ ଏମିତି କିଛି ପୋଷ୍ଟକୁ ସେୟାର କରିଥିଲେ ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତି ।
କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀ ଵିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ଛାନଭିନ୍ ଆରମ୍ଭ ହୋଇଛି। ଜବତ ହୋଇଥିବା ବିୟୁଟିଙ୍କ ୨ଟି ମୋବାଇଲ୍ ଫୋନ୍ ଷ୍ଟେଟ ଫୋରେନସିକ ଲାଵୋରାଟୋରୀକୁ ଯାଞ୍ଚ ପାଇଁ ପଠାଯାଇଛି । କମିଶନରେଟ୍ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଚାଉଳିଆଗଞ୍ଜ ଥାନାର ଅତିରିକ୍ତ ଇନିସପେକ୍ଟରଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଵିୟୁଟିଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ଏହା ସହ ବ୍ୟବଚ୍ଛେଦ ପ୍ରକ୍ରିୟାର ସମ୍ପୂର୍ଣ୍ଣ ଭିଡିଓଗ୍ରାଫି କରାଯାଇଛି। କୌଣସି ବ୍ୟକ୍ତିଗତ ସମସ୍ୟା ନାଁ କର୍ମକ୍ଷେତ୍ରର ଚାପ ଯୋଗୁଁ ଵିୟୁଟି ଏଭଳି ଚରମ ପଦକ୍ଷେପ ନେଲେ,ସେ ନେଇ କମିଶନରେଟ ପୋଲିସ ତଦନ୍ତ କରିଵା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି। ଏହା ସହ ଵିୟୁଟିଙ୍କ ମୃତ୍ୟୁ ପଛରେ କୌଣସି ଵ୍ୟକ୍ତିଙ୍କର କିଛି ଭୂମିକା ଅଛି କି ନାହିଁ,ସେ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି। ଆଉ ଏବେ ଗତ ମାସ ୧୯ତାରିଖରେ ଵିୟୁଟି କରିଥିବା ପୋଷ୍ଟ ସାମ୍ନାକୁ ଆସିଛି ।
IIC ବିୟୁଟିଙ୍କ ଶେଷ ସୋସିଆଲ ମିଡିଆ ପୋଷ୍ଟରେ ଲୁଚିଛି ମୃତ୍ୟୁର ରହସ୍ୟ ! କେଉଁ ସମସ୍ୟାର ସମାଧାନ ଖୋଜୁଥିଲେ ?


