ଇନିସପେକ୍ଟର ବିୟୁଟି ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ଜାରି ରହିଛି ସସ୍ପେନ୍ସ। କାହିଁକି ଆତ୍ମହତ୍ୟା କଲେ, କଣ ହୋଇପାରେ ଆତ୍ମହତ୍ୟାର କାରଣ ? ଏହି କଥା ମନକୁ ଆନ୍ଦୋଳିତ କରୁଥିବା ବେଳେ ସାମ୍ନାକୁ ଆସିଛି ଵିୟୁଟିଙ୍କ ସ୍ବାମୀ ସମୀରଙ୍କ ପ୍ରତିକ୍ରିୟା। ଗଣମାଧ୍ୟମ ଆଗରେ କହିଛନ୍ତି, ‘ଗତକାଲି ରାତି ୧୦ଟା୨୫ରେ ଶେଷ ଥର ପାଇଁ ଵିୟୁଟିଙ୍କ ସହ ଫୋନରେ କଥା ହୋଇଥିଲି । କଥାବାର୍ତ୍ତାରୁ ସେ ବେଶ୍ ସ୍ବାଭାବିକ ଜଣା ପଡୁଥିଲେ। ପରେ ରାତିରେ ପୁଣିଥରେ ଫୋନ୍ କରିଥିଲି । ଵିୟୁଟି କିନ୍ତୁ ଫୋନ୍ ଉଠାଇ ନଥିଲେ । ଵିୟୁଟି କାମରେ ବ୍ୟସ୍ତ ଥିବା ଭାଵି ମୁଁ ଆଉ ଫୋନ କରିନଥିଲି । ତାପରର ଘଟଣାରେ ଆମେ ସମସ୍ତେ ଭାଙ୍ଗି ପଡ଼ିଛୁ।
ସୂଚନାନୁସାରେ , ଶୁକ୍ରବାର ରାତି ପ୍ରାୟସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍ବାଭାବିକ ଅବସ୍ଥାରେ ଡ୍ୟୁଟି କରିଥିଲେIIC ବିୟୁଟି ମହାନ୍ତି। ରାତି ସାଢେ ୧୦ଟା ପରେ ମହିଳା ଥାନା ଅଧିକାରୀ ଜଣକ ନିଜ ସରକାର ବାସଭବନକୁ ନଯାଇ, ଥାନାର ଉପର ମହଲାରେ ଥିବା ରେଷ୍ଟରୁମ୍କୁ ଯାଇଥିଲେ । ରାତିରେ ତାଙ୍କ ଅର୍ଡ଼ର୍ଲି ଖାଇବାକୁ ନେଇ ଯାଇଥିଲେ ମଧ୍ୟ କଲ୍ ଉଠାଇନଥିଲେ IIC ମାଡାମ୍ । ତେଣୁ ସେ ରାତିରେ ଖାଇନଥିଲେ । ଶନିବାର ସକାଳୁ ସେ ବହୁ ସମୟ ଧରି କବାଟ ଖୋଲିନଥିଲେ । ଏମିତିକି ତାଙ୍କୁ ବହୁ ବାର ଫୋନ୍ କରାଯିବ ସତ୍ତ୍ବେ ସେ ଫୋନ୍ ଉଠାଇନଥିଲେ । ଫଳରେ ଥାନାର କର୍ମଚାରୀମାନେ ସନ୍ଦେହ କରିଥିଲେ । ଏହା ପରେ ଥାନାରୁ କିଛି କର୍ମଚାରୀ ଯାଇ ରେଷ୍ଟରୁମ୍ର କବାଟ ବାଡ଼େଇଥିଲେ । ତଥାପି ରେଷ୍ଟରୁମ୍ ଭିତରୁ କିଛି ବି ପ୍ରତିକ୍ରିୟା ମିଳିନଥିଲା । ପୋଲିସର ବରିଷ୍ଠ ଅଧିକାରୀ ମାନେ ଘଟଣାକୁ ଗୁରୁତ୍ବର ସହ ନେଇଥିଲେ । ସେମାନଙ୍କ ନିର୍ଦ୍ଦେଶରେ ରେଷ୍ଟରୁମକ କବାଟ ଭଙ୍ଗା ଯାଇଥିଲା । ରୁମ୍ ଭିତରେ IIC ବିୟୁଟି ମହାନ୍ତିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସମସ୍ତେ । ପରେ ତାଙ୍କୁ ଉଦ୍ଧାର କରି କଟକ SCBକୁ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ଟ୍ବିନ୍ ସିଟି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂହ କହିଛନ୍ତି ଯେ ସବୁ ଆତ୍ମହତ୍ୟା ପଛରେ କିଛି କାରଣ ଥାଏ । ବିନା କାରଣରେ ହୁଏନି । ତାଙ୍କର କୌଣସି ବ୍ୟକ୍ତିଗତ କାରଣ ଥାଇପାରେ । ସେନେଇ ଅନୁଧ୍ୟାନ କରିବୁ। କାଲି ରାତିରେ ସେ ଘରକୁ ଯାଇ ନଥିଲେ। ଥାନା ରେଷ୍ଟ ରୁମରେ ଥିଲେ । ସେ ଶାରୀରିକ ଓ ମାନସିକ ଭାବେ ବହୁତ ଦୃଢ଼ ଥିଲେ । କେବେ କୌଣସି ସମସ୍ୟା ନେଇ ଆମକୁ କହି ନାହାନ୍ତି । କମିଶନରେଟ୍ ପୋଲିସରେ ସେ ଭଲ କାମ କରୁଥିଲେ । ତାଙ୍କର ପବ୍ଲିକ ଡିଲିଂ ଭଲ ଥିଲା । ତଦନ୍ତ ପରେ ତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିବ । ଖବର ପାଇଁ କଟକ SCBରେ ପହଞ୍ଚିଥିଲେ ମୃତ IIC ବିୟୁଟି ମହାନ୍ତିଙ୍କ ବାପଘର ଓ ଶାଶୁଘର ଲୋକେ । ବିୟୁଟି ମହାନ୍ତିଙ୍କ ସ୍ବାମୀ ମୁମ୍ବାଇରେ ଏକ କମ୍ପାନୀରେ ଚାକିରି କରନ୍ତି । ସେ ମଧ୍ୟ ଖବର ପାଇ ଆସି କଟକରେ ପହଞ୍ଚିଛନ୍ତି । ବିୟୁଟି ମହାନ୍ତିଙ୍କର ୧୦ ବର୍ଷର ପୁଅ ମଧ୍ୟ ଅଛି । ତାଙ୍କୁ ମଧ୍ୟ କଟକ SCBରେ ଦେଖିବାକୁ ମିଳିଥିଲା । ମହିଳା IIC ବିୟୁଟି ମହାନ୍ତି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ । ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ଆତ୍ମହତ୍ୟା କଲେ ମହିଳା ଇନ୍ସପେକ୍ଟର ବିୟୁଟି ମହାନ୍ତି ?
ତାଙ୍କ ଜୀବନରେ ଏମିତି କ’ଣ ଘଟିଥିଲା ଯେ, ସେ ନିଜର୧୦ବର୍ଷର କୁନି ପୁଅ କଥା ବି ଟିକେ ଚିନ୍ତା କଲେନି?ଘରକୁ ନଯାଇ ନିଜ ପରିବାରର କାହାକୁ କିଛି ନକହି ରାତିରେ ଥାନାର ରେଷ୍ଟରୁମରେ ଏଭଳି ଆତ୍ମହତ୍ୟା କରିବା ପଛରେ କ’ଣ କାରଣ ରହିଛି ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ମହିଳା ପୋଲିସ ଇନ୍ସପେକ୍ଟର ବିୟୁଟି ମହାନ୍ତିଙ୍କ ଏଭଳି ମୃତ୍ୟୁ ଘଟଣା ପଛରେ ଅନେକ କିଛି ରହସ୍ୟ ଥିବା ନେଇ ତାଙ୍କର ଦୂର ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି । ତେବେ ବିୟୁଟି ମହାନ୍ତିଙ୍କ ଭଉଣୀ ଓ ତାଙ୍କ ପରିବାର ଲୋକ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଥିଲେ । ଥାନା ରେଷ୍ଟରୁମ୍ରେ ଜଣେ ମହିଳା ଥାନା ଅଧିକାରୀଙ୍କ ଏଭି ସନ୍ଦେହଜନକ ମୃତ୍ୟୁକୁ ଅତ୍ୟନ୍ତ ଗୁରୁତର ସହ ନେଇଛି କମିଶନରେଟ୍ ପୋଲିସ । ପୋଲିସ ତଦନ୍ତରୁ କ’ଣ ସାମ୍ନାକୁ ଆସୁଛି ତା ଉପରେ ରହିଛି ନଜର ।


