ନୁଆଁ ରେକର୍ଡ କରିଛନ୍ତି ଋତୁରାଜ ଗାଏକ୍ବାଡ । ମାହିଙ୍କୁ ପଛରେ ପକାଇଲେ ଆଗକୁ ବଢିଛନ୍ତି ସେ । ମହେନ୍ଦ୍ର ସିଂ ଧୋନୀଙ୍କ ବର୍ଷ ବର୍ଷର ରେକର୍ଡ ଭାଙ୍ଗିଛନ୍ତି ଗାଏକ୍ବାଡ । ରବିବାର ଖେଳାଯାଇଥିବା ଗୁଜୁରାଟ ବିପକ୍ଷ ମ୍ୟାଚରେ ପରାସ୍ତ ହୋଇଛି ଚେନ୍ନାଇ । ୮ ଓ୍ବିକେଟରେ ଏହି ମ୍ୟାଚକୁ ଜିତି ନେଇଥିଲା ଗୁଜୁରାଟ । ତେବେ ଏହି ମ୍ୟାଚରେ ଚେନ୍ନାଇ ପକ୍ଷରୁ ଅଧିନାୟକ ଋତୁରାଜ ଗାଏକ୍ବାଡ ଅର୍ଦ୍ଧାତକୀୟ ପାଳି ଖେଳିଥିଲେ । ଏକମାତ୍ର ଖେଳାଳିଭାବେ ଏହି ମ୍ୟାଚରେ ସେ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଏକ ବଡ଼ ରେକର୍ଡ କରିଛନ୍ତି । ସେ ଧୋନୀଙ୍କୁ ପଛରେ ପକାଇ ନିଜ ନାମରେ ଏହି ରେକର୍ଡ କରିଛନ୍ତି ।
ଚେନ୍ନାଇ ପାଇଁ ସର୍ବାଧିକ ଅର୍ଦ୍ଧଶତକ କରିବାର ରେକର୍ଡରେ ଗାଏକ୍ବାଡ ଧୋନୀଙ୍କୁ ପଛରେ ପକାଇଛନ୍ତି । ସେ ୨୩ଟି ୫୦ରୁ ଅଧିକ ସ୍କୋର କରିଛନ୍ତି । ଯାହାକି ପୂର୍ବରୁ ଧୋନୀଙ୍କ ନାମରେ ଥିଲା । ସିଏସେକେ ପକ୍ଷରୁ ଧୋନୀ ସର୍ବାଧିକ ୨୨ଥର ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ସିଏସକେ ପକ୍ଷରୁ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ସୁରେଶ ରାଇନାଙ୍କ ନାମରେ ରହିଛି । ରାଇନା ୩୪ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।


