ବାରମ୍ବାର ମୁଣ୍ଡବିନ୍ଧା ହେଉଛି କି ? ଜାଣନ୍ତୁ ଏହାର କାରଣ

Spread the love
Advertisement

ଆଜିକାଲି ଚାପ ଏବଂ ଚିନ୍ତା ସମେତ ଅନେକ କାରଣରୁ ମୁଣ୍ଡବିନ୍ଧା ଅତି ସାଧାରଣ ସମସ୍ୟା ପାଲଟିଗଲାଣି । ମୁଣ୍ଡବିନ୍ଧାର କୌଣସି କାରଣ ନାହିଁ, କିନ୍ତୁ ଅନେକ କାରଣରୁ ମୁଣ୍ଡର ଯନ୍ତ୍ରଣା ହୋଇଥାଏ। ବ୍ୟସ୍ତବହୁଳ ଜୀବନ ଯୋଗୁଁ ବିଦ୍ୟାର୍ଥୀ ଠାରୁ ଆରମ୍ଭ କରି ଛୋଟପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ତେବେ କିଛି ଜଣ ଏଥିରୁ ବର୍ତ୍ତିବା ପାଇଁ ବାମ୍ କିମ୍ବା ଔଷଧ ବ୍ୟବହାର କରିଥାଆନ୍ତି । ସାଧାରଣତଃ ଲୋକମାନେ ମୁଣ୍ଡବିନ୍ଧାକୁ ଏକ ସାଧାରଣ ସମସ୍ୟା ଭାବରେ ବିବେଚନା କରିଥାଆନ୍ତି । ଏହାସହିତ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଖାଦ୍ୟରେ ସୋଡିୟମ୍‌ର ମାତ୍ରା କମ୍‌ ବି ଏହାର ମୁଖ୍ୟକାରଣ । ଲଗାତାର ଲୋ ସୋଡିୟମ୍‌ ଡାଏଟ୍‌ ନେବା ଶରୀର ପାଇଁ କ୍ଷତିକାରକ ହୋଇପାରେ । ମାଂସପେଶୀର ସକ୍ରିୟତା, ରକ୍ତଚାପ ଓ ଶରୀରରେ ପାଣିର ସନ୍ତୁଳନ ପାଇଁ ସୋଡିୟମ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅଧିକାଂଶ ଲୋକଙ୍କୁ ଏକଥା ଜଣା ଯେ ଅଧିକ ଲୁଣ ଶରୀର ପାଇଁ କ୍ଷତିକାରକ । କିନ୍ତୁ ଲଗାତାର ଲୋ ସୋଡିୟମ୍‌ ଖାଦ୍ୟ ଖାଇବା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ବିଶେଷକରି ବୟସ୍କ ଲୋକଙ୍କ ପାଇଁ । ଏହି ସମସ୍ୟାକୁ ହାଇପୋନାଟ୍ରେମିଆ କୁହାଯାଏ । ଚାଲନ୍ତୁ ଜାଣିବା କମ୍‌ ସୋଡିୟମ୍‌ ଯୋଗୁ ଶରୀରକୁ କେମିତି କ୍ଷତି ପହଞ୍ଚିଥାଏ । ଏହାର ଲକ୍ଷଣ କ’ଣ ଓ କେମିତି କରିପାରିବେ ସନ୍ତୁଳନ ରକ୍ଷା ।

ଲକ୍ଷଣ

Advertisement

ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା ଓ ଭ୍ରମ ସୃଷ୍ଟି ହୋଇଥାଏ ।

ହାଇପୋନାଟ୍ରେମିଆର କାରଣ

ଏହାର ସବୁଠାରୁ ବଡ଼ କାରଣ ହେଉଛି ସ୍ୱଳ୍ପ ସମୟ ବ୍ୟବଧାନରେ ଅଧିକ ପାଣି ପିଇବା । ଫଳରେ ରକ୍ତରେ ସୋଡିୟମ୍‌ର ମାତ୍ରା କମ୍‌ ହୋଇଯାଇଥାଏ । ସେହିପରି ଅଧିକ ପରିଶ୍ରମ ଥିବା ଖେଳର ଖେଳାଳୀମାନଙ୍କଠାରୁ ବାହାରୁଥିବା ଝାଳ ଯୋଗୁ ସେମାନଙ୍କଠାରେ ସୋଡିୟମ୍‌ର ଅଭାବ ଦେଖାଦିଏ । ଏହାବ୍ୟତୀତ ମଧ୍ୟ କେତେକ କ୍ଷେତ୍ରରେ ସୋଡିୟମ୍‌ର ଅଭାବ ଦେଖା ଦେଇଥାଏ । ଯେପରିକି କେତେକ ଔଷଧ, ହାର୍ଟ ଫେଲିୟୋର୍‌, କିଡ୍‌ନୀ ରୋଗ କିମ୍ବା ଲିଭର୍‌ ରୋଗ, ମଧୁମେହ, ଲଗାତାର ଡାଇରିଆ ବା ବାନ୍ତି ସମସ୍ୟା, ହର୍‌ମୋନ୍‌ ଅସନ୍ତୁଳନ ଓ ଅଧିକ ମଦ୍ୟପାନ ଦ୍ୱାରା ସୋଡିୟମ୍‌ର ଅଭାବ ଦେଖା ଦେଇଥାଏ ।

ମସ୍ତିଷ୍କ ଉପରେ ପଡେ ପ୍ରଭାବ

ଯଦି ହାଇପୋନାଟ୍ରେମିଆ ସମସ୍ୟାକୁ ତୁରନ୍ତ ଡାକ୍ତର ପରାମର୍ଶ ନ କରାଯାଏ, ତେବେ ଏହାର କୁପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ । ଏହା ମୁଖ୍ୟତଃ ମସ୍ତିଷ୍କରେ ଥିବା ସ୍ନାୟୁ କୋଷଗୁଡିକୁ ଜଳଶୁଷ୍କ କରିବା ସହ ନଷ୍ଟ କରିଦେଇଥାଏ । ସ୍ଥିତି ଗମ୍ଭୀର ହୋଇଥିଲେ ସୋଡିୟମ୍‌ ସ୍ତରକୁ ଧୀରେ ଧୀରେ ବଢାଯାଇଥାଏ ।

ସୋଡିୟମ୍‌ର ମୁଖ୍ୟ କାମ

ଶରୀରକୁ ଭଲ ଭାବେ କାମ କରିବା ପାଇଁ ସୋଡିୟମ୍‌ ଜରୁରି । ସୋଡିୟମ୍‌ର ମୁଖ୍ୟ କାମ
ହେଉଛି-

-ଶରୀରରେ ପାନୀୟର ମାତ୍ରାରେ ସନ୍ତୁଳନ ରକ୍ଷା କରିବା
-ସ୍ନାୟୁ ଓ ମାଂସପେଶୀର ସକ୍ରିୟତାରେ ସହଯୋଗ କରିବା

କେମିତି ସନ୍ତୁଳିତ ରଖିବେ ସୋଡିୟମ୍‌ ସ୍ତର

-ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ, କିନ୍ତୁ ଥରକେ ଅଧିକ ପାଣି ପିଅନ୍ତୁନି
-ସ୍ୱାସ୍ଥ୍ୟକର ଓ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ।

Advertisement

Leave a Reply

Your email address will not be published. Required fields are marked *