ପେଟ୍ରୋଲ ଓ ଡିଜେଲରେ ରାଜ୍ୟ ସରକାର ଭାଟ ହ୍ରାସ କରନ୍ତୁ : ମହମ୍ମଦ ମୋକିମ

Spread the love
Advertisement

ବିଜେପି ନିଜର ପୁରୁଣା ଦାବୀ ନିଜ ସରକାରରେ ପାଳନ କରୁ

ରାଜ୍ୟରେ ଜନସାଧାରଣଙ୍କ ମଧ୍ୟରେ ପେଟ୍ରୋଲ-ଡିଜେଲକୁ ନେଇ ହାହାକାର ଲାଗିରହିଛି। ପ୍ରତିଦିନ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗୁଛି। ଲୋକମାନେ ଖରା ଗରମରେ ଲାଇନରେ ଠିଆହୋଇ ଅକଥନୀୟ କଷ୍ଟ ଭୋଗ କରୁଛନ୍ତି। କେନ୍ଦ୍ର ସରକାର ଏହି ସମୟରେ ପେଟ୍ରୋଲ ଓ ଡିଜେଲ ଦର 3 ଟଙ୍କାରୁ ଉର୍ଦ୍ଧ୍ୱ ବଢ଼ାଇବା ବୋଝ ଉପରେ ନଳିତା ବିଡା ସଦୃଶ ବୋଲି ଓଡ଼ିଶା ଜନତା କଂଗ୍ରେସ ସଭାପତି ମହମ୍ମଦ ମୋକିମ କହିଛନ୍ତି। ତେବେ ଭାରତୀୟ ଜନତା ପାର୍ଟି ରାଜ୍ୟରେ ସରକାରକୁ ଆସିବା ପୂର୍ବରୁ ପେଟ୍ରୋଲ ଓ ଡିଜେଲରେ ରାଜ୍ୟ ସରକାର ଭାଟ ଛାଡ କରିବା ପାଇଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବାରମ୍ବାର ଦାବୀ କରୁଥିଲେ। ଆଜିର ଦିନରେ ଗୋଟିଏ ଲିଟର ପେଟ୍ରୋଲର ମୂଳ ମୂଲ୍ୟ 67 ଟଙ୍କା ଥିବାବେଳେ ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ଏବଂ ଡିଲର କମିସନ ବାବଦରେ 37 ଟଙ୍କା ଖାଉଟିଙ୍କ ଠାରୁ ଆଦାୟ କରାଯାଉଛି। ଠିକ ସେହିପରି ଗୋଟିଏ ଲିଟର ଡିଜେଲର ମୂଳ ମୂଲ୍ୟ 68 ଟଙ୍କା ଥିବାବେଳେ ଟାକ୍ସ ଏବଂ ଡିଲର କମିସନ ମିଶି 96 ଟଙ୍କା ଖାଉଟିଙ୍କୁ ଦେବାପାଇଁ ପଡୁଛି। ରାଜ୍ୟ ସରକାର ପେଟ୍ରୋଲରେ 28 ପ୍ରତିଶତ ଓ ଡିଜେଲରେ 24 ପ୍ରତିଶତ ଭାଟ ଟାକ୍ସ ଆଦାୟ କରୁଛନ୍ତି। ରାଜ୍ୟ ସରକାର ପ୍ରତି ଲିଟର ପେଟ୍ରୋଲରେ 22 ଟଙ୍କା ଏବଂ ଡିଜେଲ ରେ 18 ଟଙ୍କା ଟାକ୍ସ ବାବଦକୁ ଆଦାୟ କରୁଛନ୍ତି। ତୈଳ ଉପରୁ ଭାଟ ହ୍ରାସ କରିବା ରାଜ୍ୟ ସରକାରଙ୍କର ସମ୍ପୂର୍ଣ ଇଛାଧୀନ ବ୍ୟାପାର ହୋଇଥିଲେ ମଧ୍ୟ ଭାଟ ହ୍ରାସ ନକରି ରାଜ୍ୟବାସୀଙ୍କ ଉପରେ ଅତିରିକ୍ତ ବୋଝ ଲଦି ଦେବାକୁ କଡା ଭାଷାରେ ନିନ୍ଦା କରିଛନ୍ତି ଓଜେସି ସଭାପତି ଶ୍ରୀ ମହମ୍ମଦ ମୋକିମ।

ରାଜ୍ୟରେ ବିରୋଧି ଦଳରେ ଥିବାବେଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପୂର୍ବ ସରକାରଙ୍କୁ ଭାଟ ହ୍ରାସ କରିବା ପାଇଁ ବାରମ୍ବାର କରୁଥିବା ଦାବୀକୁ ନିଜ ସରକାରରେ ପାଳନ କରିବା ପାଇଁ ଓଜେସି ସଭାପତି ମହମ୍ମଦ ମୋକିମ ଆଜି ଏକ ପ୍ରେସ ବିବୃତି ମାଧ୍ୟମରେ ଦାବୀ କରିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ନିଜ ଦଳର ଆଭିମୁଖ୍ୟକୁ ସମ୍ମାନ ଜଣାଇ ପେଟ୍ରୋଲ ଓ ଡିଜେଲରେ ରାଜ୍ୟ ଟିକସ ହ୍ରାସ କରବା ପାଇଁ ସେ ଦାବୀ କରିଛନ୍ତି।

Advertisement
Advertisement

Leave a Reply

Your email address will not be published. Required fields are marked *

Chat Icon