ଭାରତକୁ ମିଳିବ ଆଉ ୫ଟି S-400 ଏୟାର ଡିଫେନ୍ସ ସିଷ୍ଟମ, ଟେଣ୍ଡର ଉପରେ ପ୍ରସ୍ତାବ ପଠାଇଲା ଋଷିଆ

Spread the love
Advertisement

ଅପରେସନ ସିନ୍ଦୂର କାଳରେ ଶତ୍ରୁକୁ ବୁଦ୍ଧି ଶିଖାଇଥିବା ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମକୁ ନେଇ ଏକ ବଡ଼ ଅପଡେଟ୍ ଆସୁଛି। ଭାରତୀୟ ବାୟୁସେନା ଲାଗି ଏସ୍-୪୦୦ ସୁଦର୍ଶନ ଲଙ୍ଗରେଞ୍ଜ ଏୟାର ଡିଫେନ୍ସ ସିଷ୍ଟମର ୫ଟି ସ୍କ୍ୱାଡ୍ରନ କ୍ରୟ ଲାଗି ଜାରୀ ଭାରତର ଟେଣ୍ଡର ଜବାବରେ ଋଷିଆ ରକ୍ଷା ମନ୍ତ୍ରାଳୟକୁ ନିଜର ଡିଟେଲ୍ଡ ପ୍ରୋପଜାଲ ପଠାଇଛି। ପ୍ରତିରକ୍ଷା ସୂତ୍ରରୁ ମିଳୁଥିବା ସୂଟନା ଅନୁଯାୟୀ ଭାରତର ଟେଣ୍ଡର ଉପରେ ଋଷିଆ ପକ୍ଷରୁ ଜବାବ ମିଳିଯାଇଛି ଓ ଏହି ପ୍ରସ୍ତାବ ଉପରେ ଏବେ କାମ ଚାଲିଛି। ଏହି ପ୍ରକଳ୍ପର ଆନୁମାନିକ ଖର୍ଚ୍ଚ ୫୦,୦୦୦ କୋଟି ଟଙ୍କାରୁ ବି ଅଧିକ ବୋଲି କୁହାଯାଇଛି।

ଭାରତ ଓ ଋଷିଆ ମଧ୍ୟରେ ୨୦୧୮ ମସିହାରେ ହୋଇଥିବା ପ୍ରାରମ୍ଭିକ ବୁଝାମଣା ଅନୁସାରେ ନୂଆଦିଲ୍ଲୀକୁ ୫ଟି ଏସ୍-୪୦୦ ସ୍କ୍ୱାଡ୍ରନରୁ ୪ଟି ମିଳିସାରିଛି। ତେବେ ଶେଷ ତଥା ଚୂଡ଼ାନ୍ତ ଡେଲିଭରି ଚଳିବର୍ଷ ନଭେମ୍ବର ସୁଦ୍ଧା ହେବ ବୋଲି ଅନୁମାନ କରାଯାଉଛି। ତେବେ ନୂଆ ପ୍ରସ୍ତାବରେ କ୍ରୟ ହେବାକୁ ଥିବା ୫ ଅତିରିକ୍ତ ସ୍କ୍ୱାଡ୍ରନ ବୁଝାମଣା ସ୍ୱାକ୍ଷରିତ ହେବାର ପାଖାପାଖି ୩ ବର୍ଷ ପରେ ଡେଲିଭରୀ ଆରମ୍ଭ ହେବ। ଭାରତ ଗତ ମାର୍ଚ୍ଚ ମାସରେ ଅପରେସନ ସିନ୍ଦୂର ସମାପ୍ତ ହେବାର ତତ୍କାଳ ବାଦେ ଋଷିଆରୁ ଆଉ ୫ଟି ଏସ୍-୪୦୦ ଏୟାରଡିଫେନ୍ସ ସିଷ୍ଟମ କ୍ରୟ ଯୋଜନାକୁ ମଞ୍ଜୁରୀ ଦେଇଥିଲା।

Advertisement

ଭାରତୀୟ ବାୟୁରକ୍ଷା ନେଟୱାର୍କକୁ ସୁଦୃଢ କରିବା ପାଇଁ ନୂଆ ଏସ୍-୪୦୦ ୟୁନିଟ୍ କୁ ପୂର୍ବ ଓ ପଶ୍ଚିମ ଉଭୟ ମୋର୍ଚ୍ଚାରେ ମୁତୟନ କରାଯିବାର ସମ୍ଭାବନା ରହିଛି। ପଶ୍ଚିମ ଏୟାର କମାଣ୍ଡ ର ଚିଫ୍ ଏୟାରମାର୍ଶଲ ଜିତେନ୍ଦ୍ର ମିଶ୍ର ନିକଟରେ ଏକ ପଡକାଷ୍ଟରେ କହିଥିଲେ ଯେ ଏସ୍-୪୦୦ ପାକିସ୍ତାନ ଏୟାରଫୋର୍ସର ଏକ ମନିଟରିଂ ବିମାନକୁ ୩୧୪ କିଲୋମିଟର ଦୂରରେ ଧ୍ୱଂସ କରିଥିଲା। ମିଶ୍ରଙ୍କ ଅନୁସାରେ ସମ୍ଭବତଃ ଭୂ-ପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା ମିଜାଇଲରୁ ଏହି ସଫଳତା ମିଳିଥିଲା।

Advertisement

Leave a Reply

Your email address will not be published. Required fields are marked *

Chat Icon