ଆକାଶରୁ ଖସିଲା ଅଜଣା ବସ୍ତୁ । ବେଲୁନ୍ ସଦୃଶ ଏକ ବସ୍ତୁ ଆକାଶରୁ ଖସିଛି । ଯାହାକୁ ଦେଖି ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଘଟିଛି ଏହି ଘଟଣା ।
ଖବର ଅନୁଯାୟୀ, କିଞ୍ଜିରକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ପ୍ରାୟ ୩ କିମି ଦୂର ଚୁହିଢ଼ିପା ବନ୍ଧ ନିକଟରେ ଶନିବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏକ ଅଜଣା ବସ୍ତୁ ଆକାଶରୁ ଖସିଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କିଞ୍ଜିରକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବସ୍ତୁକୁ ଜବତ କରିଛି । ତେବେ ବେଲୁନ ଆକାରରେ ଥିବା ଏହି ବସ୍ତୁରେ ବିଦେଶୀ ଭାଷାରେ କିଛି ଲେଖାଯାଇଛି । ତେବେ ଏହି ବସ୍ତୁ କେଉଁଠାରୁ ଆସିଲା ତାକୁ ନେଇ ତନାଘନା ଚଳାଇଛି ପୋଲିସ୍ । ପାଣିପାଗ ବିଭାଗ ଅଧିକାରୀଙ୍କୁ ଡକାଇ ଏହାର ଯାଞ୍ଚ କରାଯିବ ବୋଲି ସଦର ଏସ୍ଡିପିଓ ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି ।
ସୁନ୍ଦରଗଡ଼ରେ ଆକାଶରୁ ଖସିଲା ରହସ୍ୟମୟ ବସ୍ତୁ, ବିଦେଶୀ ଭାଷାରେ ଲେଖାଯାଇଛି…


