ମୋଦି କ୍ୟାବିନେଟ୍ ରୁ ରବନୀତ ସିଂହ ବିଟ୍ଟୁଙ୍କ ଇସ୍ତଫା, ଛାଡିଲେ ରେଳ ରାଷ୍ଟ୍ରମନ୍ତ୍ରୀ ପଦ

Spread the love
Advertisement

କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ପଦରୁ ରବନୀତ ସିଂହ ବିଟ୍ଟୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ର ମନ୍ତ୍ରୀ ପରିଷଦରୁ ବିଟ୍ଟୁଙ୍କ ଇସ୍ତଫା ତତ୍କାଳ ସ୍ୱୀକାର କରିଛନ୍ତି। ଏହି ନିଷ୍ପତ୍ତି ଭାରତୀୟ ସମ୍ବିଧାନର ଆର୍ଟିକ୍ଲ ୭୫(୨) ଅନୁସାରେ ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଅଧିକାରୀକ ସୂଚନା ଅନୁସାରେ ଇସ୍ତଫା ତତ୍କାଳ ପ୍ରଭାବ ଲାଗୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ରବନୀତ ସିଂହ ବିଟ୍ଟୁଙ୍କ ରାଜ୍ୟସଭା କାର୍ଯ୍ୟକାଳ ଜୁନ ୨୧ ତାରିଖରେ ସମାପ୍ତ ହୋଇଥିଲା। ଜୁନ ୧୮ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଟ୍ଟୁଙ୍କୁ ପ୍ରାର୍ଥୀ କରାଯାଇ ନଥିଲା।

ରବନୀତ ସିଂହ ବିଟ୍ଟୁ ୨୪ ମାର୍ଚ୍ଚ ୨୦୨୪ରେ ବିଜେପିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ ୧୧ ମାର୍ଚ୍ଚ ୨୦୨୧ରୁ ୧୮ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ଲୋକସଭାରେ କଂଗ୍ରେସ ସାଂସଦ ଥିଲେ। ୨୦୧୪-୧୯ ସାଧାରଣ ନିର୍ବାଚନରେ ବିଟ୍ଟୁ ଲୁଧିଆନା ଓ ଏହା ପୂର୍ବରୁ ୨୦୦୯ରେ ଆନନ୍ଦପୁର ସାହିବରୁ ଲୋକସଭାକୁ ସାଂସଦ ନିର୍ବାଚିତ ହୋଇଥିଲେ। ସେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ନାତି ଅଟନ୍ତି। ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳରେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ।

Advertisement

Advertisement

Leave a Reply

Your email address will not be published. Required fields are marked *

Chat Icon