ଆଇଆଇସି ବ୍ୟୁଟି ମହାନ୍ତି ଆତ୍ମହତ୍ୟା ପଛରେ ରହିଛି କି ବ୍ଲାକ ମେଲ୍ । କାରଣ ମୋବାଇଲ ଫୋନର ସିଡିଆର ଯାଞ୍ଚରୁ କିଛି କଲ ଦୀର୍ଘ ସମୟ ଧରି ରହିଥିବା ଜଣାପଡ଼ିଛି । ତେଣୁ ପାରିବାରିକ ସମସ୍ୟା, କର୍ମକ୍ଷେତ୍ରରେ ଚାପ ସହ ଏବେ ବ୍ଲାକମେଲ ଥିଓରିକୁ ଧରି ପୁଲିସ ତଦନ୍ତ ଆଗକୁ ବଢ଼ାଉଛି । ସିଡିଆର ଯାଞ୍ଚ, ପାହାଳ ପୁଲିସ ଏଏସଆଇଙ୍କୁ ପଚରାଉଚରା ସହ ତାର ମୋବାଇଲରୁ ପୋଲିସ ଆତ୍ମହତ୍ୟା ସମ୍ପର୍କିତ ସୁରାଗ ପାଇଁ ଖୋଳତାଡ଼ ଚାଲିଛି । ସେପଟେ ବ୍ୟୁଟି ମହାନ୍ତିଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଚାଉଳିଆଗଞ୍ଜ ଥାନା ଆଇଆଇସି ବ୍ୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ପଛର ରହସ୍ୟ ଭେଦ କରିପାରୁନି ପୁଲିସ । ଏହାରି ଭିତରେ କମିସନରେଟ ପୁଲିସ ବ୍ଲାକମେଲ ଥିଓରିକୁ ନେଇ ଖୋଳତାଡ କରୁଛି । ଆଇଆଇସିଙ୍କ ମୋବାଇଲ ସିଡିଆର ଯାଞ୍ଚରେ ନିର୍ଦ୍ଧିଷ୍ଟ କେତେକ କଲ ଦୀର୍ଘ ସମୟ ଧରି ରହିଛି । ତେଣୁ ବ୍ଲାକମେଲ ଥିଓରିର ଖିଅ ଧରିଛି ପୁଲିସ । ସେପଟେ ପାହାଳ ଥାନାର ଏଏସଆଇଙ୍କୁ ପଚରାଉଚରା ସହିତ ମୋବାଇଲ ଜବତ କରାଯାଇଛି । ଏବେ ଆଇଆଇସିଙ୍କ ଆର୍ଥିକ କାରବାର ଯାଞ୍ଚ କରୁଥିବାରୁ ପୁଲିସ ବ୍ଲାକ ମେଲ୍ ଆଙ୍ଗଲକୁ ନେଇ ପୁଲିସ ତନାଘନା ଚଳାଇଥିବା ଜଣାପଡ଼ିଛି । ଏହାରି ଭିତରେ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଶ୍ୱାସରୁଦ୍ଧ ହୋଇ ଆଇଆଇସିଙ୍କ ଜୀବନ ଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ତଥାପି ବିଶେଷଜ୍ଞଙ୍କ ମତ ନିଆଯିବ ଓ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଥିବା କଟକ ଡିସିପି କହିଛନ୍ତି । ସେପଟେ ଆତ୍ମହତ୍ୟାର ପଞ୍ଚମ ଦିନରେ ଚାଉଳିଆଗଞ୍ଜ ଥାନା ପୁଲିସ ବ୍ୟୁଟି ମହାନ୍ତିଙ୍କ ଦୁଇ ଭଉଣୀଙ୍କୁ ଡାକି ପଚରାଉଚରା କରିଛି । ପରିବାର ଠାରୁ କିଛି ଗୁପ୍ତ ତଥ୍ୟ କାଢ଼ିବାକୁ ଚେଷ୍ଟା କରୁଛି ପୁଲିସ । କେବଳ ପରିବାର ନୁହଁନ୍ତି ଥାନାରେ ଥିବା କର୍ମଚାରୀ ଓ ପରିଚିତ ଲୋକଙ୍କୁ ମଧ୍ୟ ପଚରାଉଚୁରା କରାଯାଉଛି । ସେପଟେ ପରିବାର, ପୋଲିସ୍ ଅଫିସର୍ ସଂଘ ପରେ ଏବେ ଆଇଆଇସିଙ୍କ ଆତ୍ମହତ୍ୟା ଘଟଣା ଉପରୁ ପରଦା ହଟାଇବା ପାଇଁ ଦାବି ବଢ଼ିଛି ।
ଆଇଆଇସିଙ୍କ ଫୋନକୁ ଘଣ୍ଟା ଘଣ୍ଟା ଧରି କଲ ଆସିଥିବା ସିଡିଆରରୁ ଯାଞ୍ଚରୁ ଜଣାପଡ଼ିଛି । ତେଣୁ ବ୍ଲାକମେଲର ଶିକାର ହୋଇଥିବା ସନ୍ଦେହ କରାଯାଉଛି । ପ୍ରଶ୍ନ ଆଇଆଇସିଙ୍କୁ କିଏ କରୁଥିଲା ବ୍ଲାକ୍ମେଲ୍ ? କେଉଁ ବାବଦରେ ବ୍ଲାକ୍ମେଲ୍ କରୁଥିଲା ? ପୁଲିସ କର୍ମଚାରୀ ନା ଅନ୍ୟ କେହି କରୁଥିଲେ ବ୍ଲାକ୍ମେଲ୍ ? ଆର୍ଥିକ କାରବାର ନା ଅନ୍ୟ କିଛି କାରଣ ଦର୍ଶାଇ ବ୍ଲାକ୍ମେଲ୍ କରାଯାଉଥିଲା କି ? ଏଭଳି ମାଳମାଳ ପ୍ରଶ୍ନକୁ ନେଇ ପୁଲିସ ଏବେ ଖୋଳତାଡ ଚଳାଇଛି ।
ବିଉଟିଙ୍କ ଜୀବନ ନେଲା କି ବ୍ଲାକ୍ମେଲ୍ ? କଲ୍ ଡିଟେଲ୍ସ ବଢ଼ାଇଲା ବଡ଼ ସନ୍ଦେହ


