ସାମନାକୁ ଆସିଲା ଗଙ୍ଗୱାରଙ୍କ ସାଂଘାତିକ କାରନାମା, ପୋଲ୍ ଖୋଲିଲା କନଫିଡେନ୍ସିଆଲ୍ ରିପୋର୍ଟ

Spread the love
Advertisement

ସନ୍ଦେହ ସତ ହେଲା। ସାମ୍ନାକୁ ଆସିଲା ADG ଦୟାଲ ଗଙ୍ଗୱାରଙ୍କ କାରନାମା। କ୍ରାଇମବ୍ରାଞ୍ଚ ରିପୋର୍ଟ ଅଧାରରେ ପୋଲିସ ଡିଜି ଗୃହ ବିଭାଗକୁ ଦେଇଥିବା କନଫିଡେନସିଆଲ୍ ରିପୋର୍ଟ ପାଇବା ପରେ କାର୍ଯ୍ୟନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ। ଦୟାଲ ଗଙ୍ଗୱାର ନିଜ ଘରେ ମୃତ GRP କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ସମେତ ୮ କନେଷ୍ଟବଳଙ୍କୁ କାମ କରାଉଥିଲେ।

ଏପରିକି ରେଳବାଇ ଓ ତଟ ସୁରକ୍ଷା ADG ପଦରୁ ହଟିବା ପରେ ମଧ୍ୟ ସମସ୍ତ କନେଷ୍ଟବଳଙ୍କୁ ନିଜ ଘରେ ପାରିବାରିକ କାର୍ଯ୍ୟରେ ରଖିଥିଲେ। ଏ ସମ୍ପର୍କରେ ଏକ ଗୋପନୀୟ ରିପୋର୍ଟ ଦାଖଲ କରାଯାଇଛି। ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଦିନ ଦ୍ୱିପ୍ରହରରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମାମଲାରେ ଗଙ୍ଗୱାରଙ୍କ ସଂପୃକ୍ତି ନେଇ ଅଭିଯୋଗ କରିଥିଲେ ସୌମ୍ୟରଞ୍ଜନଙ୍କ ବାପା-ମାଆ।

ଗଙ୍ଗଓ୍ୱାରଙ୍କ ଚାପରେ ସୌମ୍ୟ ମାନସିକ ନିର୍ଯାତନା ପାଇଥିବା ତାଙ୍କ ବାପାମାଆ ଆରୋପ ଆଣିଥିଲେ। ତଦନ୍ତ ସମୟରେ ଗଙ୍ଗଓ୍ୱାରଙ୍କୁ ପଚରାଉଚରା କରିଥିଲେ NHRC। ଗଙ୍ଗୱାରଙ୍କ ସଂପୃକ୍ତି ଅଭିଯୋଗ ଉଠିବା ପରେ ତାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟର ଓଏସଡି ଭାବେ ବଦଳି କରାଯାଇଥିଲା। ଏବେ ଗଙ୍ଗଓ୍ୱାରଙ୍କ ନିଲମ୍ବନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।

Advertisement
Advertisement

Leave a Reply

Your email address will not be published. Required fields are marked *

Chat Icon