ନୀଳଗିରି ଆକାଶରୁ ଖସିଲା ନୀଳପଥର, ଲୋକେ ଭୟଭୀତ

Spread the love
Advertisement

ନୀଳଗିରି ଆକାଶରୁ ଖସିଲା ନୀଳପଥର, ଲୋକେ ଭୟଭୀତ
ଗତ ୧୮ ତାରିଖ ସନ୍ଧ୍ୟାରେ ଜୟନ୍ତ ନିଜ ପରିବାର ସହ ଘର ବାହାରେ ବସିଥିବା ସମୟରେ ହଠାତ୍ ଏକ ପଥର ଖଣ୍ଡ ଆକାଶରୁ ଖସିଥିଲା। ପଥରଟି ବହୁତ ଶକ୍ତ ଥିବା ବେଳେ ପଥରଟିର ରଙ୍ଗ ନୀଳ ରଙ୍ଗ ରହିଛି ।

ନୀଳଗିରି ଆକାଶରୁ ଖସିଲା ନୀଳପଥର, ଲୋକେ ଭୟଭୀତ
କନକ ବ୍ୟୁରୋ : ନୀଳଗିରିରେ ଆକାଶରୁ ଖସିଲା ନୀଳପଥର,ନୀଳଗିରିବ୍ଲକ ଛତ୍ରପୁର ଗ୍ରାମର ଜୟନ୍ତ ଦାସଙ୍କ ଘରେ ଆକାଶରୁ ହଠାତ୍ ଏକ ନୀଳ ରଙ୍ଗର ଛୋଟ ପଥର ଖଣ୍ଡ ଖସିବାରୁ ସ୍ଥାନୀୟ ଲୋକେ ଏବେ ଭୟଭୀତ ହୋଇଛନ୍ତି।  ଗତ ୧୮ ତାରିଖ ସନ୍ଧ୍ୟାରେ ଜୟନ୍ତ ନିଜ ପରିବାର ସହ ଘର ବାହାରେ ବସିଥିବା ସମୟରେ ହଠାତ୍ ଏକ ପଥର ଖଣ୍ଡ ଆକାଶରୁ ଖସିଥିଲା। ପଥରଟି ବହୁତ ଶକ୍ତ ଥିବା ବେଳେ ପଥରଟିର ରଙ୍ଗ ନୀଳ ରଙ୍ଗ ରହିଛି । ପୂର୍ବରୁ ମୋବାଇଲରେ ଏକ ପଥର ଖଣ୍ଡ ପୃଥିବୀର ନିକଟବର୍ତ୍ତୀ ହେବା ଖବର ମୋବାଇଲରେ ଦେଖିଥିବା ବେଳେ ସେଥିରୁ ପଥର ଖଣ୍ଡ ଖସିଥିବା ଜୟନ୍ତ ଅନୁମାନ କରିଥିବା ବେଳେ ଭୂତତ୍ତ୍ବବିଜ୍ଞାନୀ ଓ ପ୍ରତ୍ନତତ୍ତ୍ବବିତ୍ତମାନେ ଏହାର ଯାଞ୍ଚ କଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି । ହଠାତ ନୀଳ ରଙ୍ଗର ଏକ ଅଜଣା ପଥର ଖସିବାରୁ ଲୋକଙ୍କ ମନରେ ଭୟ ଜାଗ୍ରତ ହୋଇଛି । ସେପଟେ ଖବର ପାଇ ଫକୀରମୋହନ ବିଶ୍ୱବିଦ୍ୟାଳ ର ପ୍ରତ୍ନତତ୍ତ୍ୱ ବିଭାଗ ଓ ଭୂତତ୍ତ୍ୱ ବିଭାର ଦୁଇଜଣ ଗବେଷକ ଛତ୍ରପୁରରେ ପହଞ୍ଚି ପଥରକୁ ଦେଖି ଅଧିକ ଗବେଷଣା ଚଳାଇଛନ୍ତି।

Advertisement

Advertisement

Leave a Reply

Your email address will not be published. Required fields are marked *

Chat Icon