ଭୁବନେଶ୍ୱରରେ ବଢ଼ୁଛି ହିଟ୍‌ ଇଣ୍ଡେକ୍ସ; ଦିନ ସାଢ଼େ ୨ ସୁଦ୍ଧା ୫୦ ଡିଗ୍ରି

Spread the love
Advertisement

ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି । ବାୟୁମଣ୍ଡଳରେ ପ୍ରକୃତ ତାପମାତ୍ରା ୩୯°C ରୁ ୪୧°C ମଧ୍ୟରେ ସୀମିତ ଥିଲେ ମଧ୍ୟ ପ୍ରବଳ ଆର୍ଦ୍ରତା ବା ହ୍ୟୁମିଡିଟି ଯୋଗୁଁ ଅନୁଭୂତ ହେଉଥିବା ତାପମାତ୍ରା ବା ‘ହିଟ୍ ଇଣ୍ଡେକ୍ସ’ ୪୫°C ରୁ ୫୦°C ଛୁଇଁଛି । ଭୁବନେଶ୍ୱରରେ ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୧ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ହିଟ୍‌ ଇଣ୍ଡେକ୍ସ ୫୦ ଡିଗ୍ରି ରହିଛି । ଅର୍ଥାତ ରାଜଧାନୀରେ ୫୦ ଡିଗ୍ରି ଭଳି ଅନୁଭବ ହେଉଛି ।

ପାଣିପାଗ ବିଭାଗ ଅନୁସାରେ, ଏଭଳି ସ୍ଥିତି ଏକ ‘ଘାତକ ଗରମ’ର ରୂପ ନେଇଛି, ଯାହା ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ହୋଇପଡ଼ିଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ, ଏବେ ସକାଳ ୬ଟା ବେଳଠାରୁ ହିଁ ଟାଇଁଟାଇଁ ଖରା ଆରମ୍ଭ ହୋଇଯାଉଛି । ପାହାନ୍ତିଆ ସମୟରୁ ହିଁ ଦିନ ୧୨ଟା ଭଳି ପ୍ରଖର ଉତ୍ତାପ ଏବଂ ଗୁଳୁଗୁଳି ଅନୁଭବ ହେଉଛି । ବାୟୁମଣ୍ଡଳରେ ପ୍ରଚୁର ପରିମାଣରେ ଜଳୀୟବାଷ୍ପ ରହୁଥିବାରୁ ଶରୀରରୁ ବାହାରୁଥିବା ଝାଳ ଶୁଖୁନାହିଁ । ଫଳରେ ମନୁଷ୍ୟ ଶରୀର ନିଜକୁ ପ୍ରାକୃତିକ ଭାବେ ଥଣ୍ଡା କରିବାରେ ବିଫଳ ହେଉଛି ଏବଂ ଗରମର ପ୍ରକୋପ ଦୁଇଗୁଣା ଅଧିକ ଅନୁଭୂତ ହେଉଛି । ଏହି କାରଣରୁ ସକାଳ ୧୦ଟା ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି ।

Advertisement
Advertisement

Leave a Reply

Your email address will not be published. Required fields are marked *

Chat Icon