ବନ୍ୟା ପ୍ରଭାବିତଙ୍କ ପାଇଁ ଆଶ୍ୱସ୍ତିକର ଖବର, ସବୁ ପ୍ରକାରର ଲୋନ୍‌ର EMI ୬ ମାସ ପର୍ଯ୍ୟନ୍ତ ସ୍ଥଗିତ

Spread the love
Advertisement

ବନ୍ୟାରେ ଉବୁଟୁବୁ ଆସାମ। ବନ୍ୟା ପରର ଦୁର୍ଦ୍ଦଶା ନକହିଲେ ଚଳେ। ଲୋକେ ଜଳବନ୍ଦୀ। ଜୀବିକା ଘର ହରାଇ ସର୍ବସ୍ୱାନ୍ତ। ଏଭଳି ସ୍ଥିତିରେ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବନ୍ୟା ପ୍ରଭାବିତ ଚାରି ଜିଲ୍ଲାର ଲୋକଙ୍କୁ ସବୁପ୍ରକାରର ଲୋନର EMI ୬ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାର ଘୋଷଣା କରିଛନ୍ତି I ଅନ୍ୟପଟେ ଅସମରେ ବନ୍ୟା ପରିସ୍ଥିତି ମଧ୍ୟ ଭୟଙ୍କର ହୋଇଛି I ବନ୍ୟାରେ ପ୍ରଭାବିତ ହୋଇ ମୃତ୍ୟୁ ବାରଣ କରିଥିବା ଲୋକଙ୍କ ସଂଖ୍ୟା ୮୦ କୁ ଛୁଇଁଛି I

ଆସାମରେ ହୋଇଥିବା ଭୟଙ୍କର ବନ୍ୟାକୁ ନଜରରେ ରଖି ଆସାମ ସରକାର ବଡ ଧରଣର ରିହାତି ଦେଇଛନ୍ତି I ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଘୋଷଣା କରିଛନ୍ତି କି ଶିବସାଗର, ଚରାଇଦେଓ, ଯୋରହାଟ, ଧେମାଜୀ ଜିଲ୍ଲାର ଯେଉଁ ଲୋକ ମାନେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି, ସେମାନଙ୍କୁ ସବୁ ପ୍ରକାରର ଲୋନର EMI କିସ୍ତି ବାନ୍ଧିବାରେ ୬ ମାସର ରିହାତି ମିଳିବ I ଏହି ନିଷ୍ପତ୍ତି ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି , ଆରବିଆଇ, ନାବାର୍ଡ ଏବଂ ବିଭିନ୍ନ ବ୍ୟାଙ୍କଗୁଡ଼ିକ ସହିତ ହୋଇଥିବା ବୈଠକରେ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶର୍ମା ଏହା ମଧ୍ୟ ଜଣାଇଛନ୍ତି ଯେ କେନ୍ଦ୍ର ସରକାରଙ୍କଠାରୁ ଏକ ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ୍ ପାଇଁ ମଧ୍ୟ ଦାବି କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ବ୍ୟାଙ୍କ ତରଫରୁ କେବଳ ସେହି ଲୋକଙ୍କୁ ଏହି ସୁବିଧା ମିଳିବ ଯେଉଁମାନେ ପ୍ରକୃତରେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତିI ଏହାସହ ଆବଶ୍ୟକତା ଅନୁଯାୟୀ ଋଣର ପରିଶୋଧ ଅବଧିକୁ ଏକ ବର୍ଷରୁ ବୃଦ୍ଧି କରାଯାଇ ସାତ ବର୍ଷ ପର୍ଯ୍ୟନ୍ତ କରାଯାଇପାରିବ। ଯେଉଁ ବ୍ୟବସାୟୀ ବା ଛୋଟ ଦୋକାନୀମାନଙ୍କର ବ୍ୟବସାୟ ବନ୍ୟାରେ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି, ସେମାନଙ୍କୁ କୌଣସି ନୂତନ ବନ୍ଧକ କିମ୍ବା ଗ୍ୟାରେଣ୍ଟି ବିନା ସେମାନଙ୍କର ଋଣ ଖାତାରେ ଅତିରିକ୍ତ ୧୦,୦୦୦ ଟଙ୍କା ମଧ୍ୟ ଦିଆଯିବ।

ଏହି ସମୟରେ, ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆହୁରି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଯାହାଫଳରେ ଚଳିତ ବର୍ଷ ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୪ ଜିଲ୍ଲାରେ ପ୍ରାୟ ୨.୧୨ ଲକ୍ଷ ଲୋକ ବନ୍ୟା ଜାଗାରୁ ପ୍ରଭାବିତ ହୋଇଛନ୍ତି। ସବୁଠାରୁ ଅଧିକ ପ୍ରଭାବ ଚରାଇଦେଓ ଜିଲ୍ଲାରେ ପଡ଼ିଛି, ଯେଉଁଠାରେ ପ୍ରାୟ ୮୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହାପରେ ଶିବସାଗରରେ ୭୧ ହଜାର ଏବଂ ଜୋରହାଟରେ ପ୍ରାୟ ୪୦ ହଜାର ଲୋକ ବନ୍ୟା କବଳରେ ରହିଛନ୍ତି।  ରାଜ୍ୟରେ ବର୍ତ୍ତମାନ ୧୧୨ଟି ରିଲିଫ୍ କ୍ୟାମ୍ପ ଏବଂ ରିଲିଫ୍ ବଣ୍ଟନ କେନ୍ଦ୍ର ଚାଲିଛି, ଯେଉଁଠାରେ ୭୫ ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟ ଦିଆଯାଇଛି। ଏହି ସମୟରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଆକାଶମାର୍ଗରୁ ସର୍ବେକ୍ଷଣ କରିଛନ୍ତି ଏବଂ ରିଲିଫ୍ କ୍ୟାମ୍ପଗୁଡ଼ିକ ପରିଦର୍ଶନ କରି ଲୋକମାନଙ୍କୁ ଭେଟିଛନ୍ତି। ସେ ଭରସା ଦେଇଛନ୍ତି ଯେ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବରେ ସମ୍ଭବପର ସମସ୍ତ ସହାୟତା ଯାଗାଇ ଦେଉଛନ୍ତି।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ରାଜ୍ୟ ସରକାର କେନ୍ଦ୍ର ନିକଟରୁ ଏକ ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ୍ ଦାବି କରିଛନ୍ତି। ଏଥିସହ ଉପର ଆସାମର ବନ୍ୟାକୁ “ବିପର୍ଯ୍ୟୟ ଭାବରେ ଘୋଷଣା କରିବାକୁ ମଧ୍ୟ ଅନୁରୋଧ କରାଯାଇଛି। ଯାହାଫଳରେ ରିଲିଫ୍, ପୁନର୍ବାସ, ବାସଗୃହ, ଭିତ୍ତିଭୂମି ଏବଂ ଜୀବିକା ପୁନରୁଦ୍ଧାର ପାଇଁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ମିଳିପାରିବ। ବର୍ତ୍ତମାନ ମଧ୍ୟ ପ୍ରାୟ ୧୩ ହଜାର ଘରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହୋଇପାରି ନାହିଁ।

Advertisement

Advertisement

Leave a Reply

Your email address will not be published. Required fields are marked *

Chat Icon