ଅଖିଳେଶ ଯାଦବଙ୍କ ବଡ଼ ବୟାନ, କହିଲେ-EVM ସମାଲୋଚନାରୁ ଧ୍ୟାନ ହଟାଇବାକୁ ବିଜେପି ହାରିଛି ଦତିୟା ଓ ବାଙ୍କୀପୁର ଉପନିର୍ବାଚନ

Spread the love
Advertisement

ସମାଜବାଦୀ ପାର୍ଟି (ସପା) ସଭାପତି ଅଖିଳେଶ ଯାଦବ ବିଜେପିର ବାଙ୍କୀପୁର ଓ ଦତିୟା ଉପନିର୍ବାଚନ ପରାଜୟକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ବିଜେପି ଜାଣିଶୁଣି ଏହି ଦୁଇଟି ଉପନିର୍ବାଚନ ହାରିଛି। ଏହାଦ୍ୱାରା ଏପରି ଜନଧାରଣା ସୃଷ୍ଟି କରାଯାଇ ପାରିବ ଯେ ଦେଶରେ ନିର୍ବାଚନକୁ ନେଇ ଯେପରି କେହି ପ୍ରଶ୍ନ ନ ଉଠାନ୍ତି ଓ ନିର୍ବାଚନ ପ୍ରକ୍ରିୟାକୁ ନେଇ ବିରୋଧୀ ଦଳଙ୍କ ସମାଲୋଚନାକୁ କମଜୋର କରାଯାଇ ପାରିବ। ସପା ରାଜ୍ୟ ମୁଖ୍ୟାଳୟରେ ଦିଗ୍ଗଜ ସମାଜବାଦୀ ନେତା ଜନେଶ୍ୱର ମିଶ୍ରଙ୍କ ଜୟନ୍ତି ଅବସରରେ ବ୍ରାହ୍ଣଣ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହି ବୟାନ ଦେଇଛନ୍ତି।

ସେ କହିଛନ୍ତି ଯେ ଶାସକ ଦଳ ଜାଣିଶୁଣି ସେହି ‘ମଡେଲ’ ଉପଯୋଗକୁ ଟାଳିଛି ଯାହାକୁ ସେମାନେ କଥିତ ରୂପେ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ନିର୍ବାଚନରେ ଆପଣେଇଥିଲେ। ଅଖିଳେଶ ଅଭିଯୋଗ କରିଛନ୍ତି ଯେ ବିଜେପି ଜାଣିଶୁଣି ଉପନିର୍ବାଚନ ହାରିଛି। କାରଣ ସେ ଦେଖାଇବାକୁ ଚାହୁଁଛି ଯେ ବିନା ଅସଦ ଉପାୟରେ ମଧ୍ୟ ନିର୍ବାଚନ ଜିତା ଯାଇପାରେ। ସେମାନେ ବାଙ୍କୀପୁର ଓ ଦତିୟାରେ ସେହି ମଡେଲ ଆପଣାଇ ନାହାନ୍ତି ଯାହାକୁ ସେମାନେ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଆପଣେଇଥିଲେ। ବିଜେପି ଏହି ନିର୍ବାଚନକୁ କେବଳ ଜନତାଙ୍କୁ ଭ୍ରମିତ କରିବା ପାଇଁ ହାରିଛି ବୋଲି ଅଖିଳେଶ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ ଦେଶର ନିର୍ବାଚନ ପ୍ରକ୍ରିୟାକୁ ନେଇ ବିରୋଧୀଙ୍କ ସମାଲୋଚନାକୁ କମଜୋର କରିବାକୁ ବିଜେପି ଚାହୁଁଛି। ଏବେ ସେମାନେ କହିବେ ବିରୋଧୀ ଦଳ ଏବେ ତ ଆଉ ଇଭିଏମ ଉପରେ ପ୍ରଶ୍ନ କରୁ ନାହାନ୍ତି। ଏଣୁ ସେମାନେ ଜନତାଙ୍କୁ ଠକିବା ଲାଗି ନିର୍ବାଚନରେ ହାରିଛନ୍ତି। ବାଙ୍କୀପୁର ଉପ ନିର୍ବାଚନରେ ବିଜେପିର ପରାଜୟକୁ ନେଇ ଅଖିଳେଶ କହିଛନ୍ତି ଯେ ନିଜେ ଶାସକ ଦଳ ଏହି ପରାଜୟର ଉତ୍ସବ ପାଳନ କରୁଥିଲା। ବାଙ୍କୀପୁର ନିର୍ବାଚନ ହାରିବା ପରେ ବିଜେପି ନେତା ନିଜେ ସାଥୀଙ୍କୁ ମିଠେଇ ବାଣ୍ଟୁଥିବା ଦେଖା ଯାଇଛି।

ସେ କହିଛନ୍ତି ଯେ ଏବେ କେବଳ ଦେଖନ୍ତୁ ନିର୍ବାଚନ ଆସିବା ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ସରକାରରେ ବସିଥିବା ନେତାମାନେ ମିଠେଇ ଡବା ନେଇ ବୁଲିବେ ଓ ଯାହାକୁ ତାକୁ ମିଠେଇ ଖାଇବାକୁ ଅନୁରୋଧ କରିବେ। ଯୋଗୀ ଆଦିତ୍ୟ ନାଥ ସରକାରରେ ମନ୍ତ୍ରୀ ଥିବା ମନୋଜ କୁମାର ପାଣ୍ଡେଙ୍କ ସମେତ ସପାର ପୂର୍ବତନ ନେତାଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇ ଅଖିଳେଶ କହିଛନ୍ତି ଯେ ପାର୍ଟି ସେମାନଙ୍କ ସ୍ଥାନରେ ସମର୍ପିତ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତ କରିବ। ସେ କହିଛନ୍ତି ଯେ ଯେଉଁମାନେ ଆମକୁ ଛାଡି ଚାଲି ଯାଇଛନ୍ତି ସେମାନେ ଯିବା ପାଇଁ ସ୍ୱାଧୀନ। ସେମାନଙ୍କ ସ୍ଥାନ ଆମେ ପୁରଣ କରିବୁ।

ଅଖିଳେଶଙ୍କ ଏହି ଟିପ୍ପଣୀ ଜନ ସୁରାଜ ପାର୍ଟି ସଂସ୍ଥାପକ ପ୍ରଶାନ୍ତ କିଶୋ ହାଇପ୍ରୋଫାଇଲ ବାଙ୍କୀପୁର ବିଧାନସଭା ଉପନିର୍ବାଚନରେ ବିଜୟ ପରେ ଆସିଛି। ସେହିପରି ବିଜେପି ମଧ୍ୟପ୍ରଦେଶ ଦତିୟାରେ ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ସିଂହଙ୍କଠୁ ହାରି ଯାଇଛି। ବିଜେପି ନେତା ନୀତିନ ନବୀନ ଇସ୍ତଫା ଦେବା ଯୋଗୁ ଖାଲି ପଡିଥିବା ବାଙ୍କୀପୁର ଆସନ ପାଇଁ ଉପ ନିର୍ବାଚନ ଆବଶ୍ୟକ ହୋଇଥିଲା। ଏହାକୁ ବ୍ୟାପକ ରୂପେ ଶାସକ ଦଳର ସମ୍ମାନର ପ୍ରଶ୍ନ ଭାବେ ଦେଖା ଯାଉଥିଲା।

Advertisement

Advertisement

Leave a Reply

Your email address will not be published. Required fields are marked *

Chat Icon